• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଅନୁସୂଚିତ ଜାତି / ଜନଜାତିର ନିର୍ଯ୍ୟାତିତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ:-

ଅନୁସୂଚିତ ଜାତି / ଜନଜାତି( ନିର୍ଯ୍ୟାତନା ନିରୋଧ) ଆଇନ, ୧୯୮୯ ଅନୁସାରେ ଯଦି କୌଣସି ଅନୁସୂଚିତ ଜାତି / ଜନଜାତିର ବ୍ୟକ୍ତି କୌଣସି ଅଣ ଅନୁସୂଚିତ ଜାତି / ଜନଜାତି ବ୍ୟକ୍ତିଙ୍କ ଦ୍ଵାରା ନିର୍ଯ୍ୟାତିତ ହୁଅନ୍ତି, ତେବେ ତାଙ୍କୁ ଏହି ଅ।ଇନରେ ଥିବା ଦଫା ଅନୁଯାଇ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ଉକ୍ତ ଆର୍ଥିକ ସହାୟତା ପାଇବା ନିମନ୍ତେ ସମ୍ପୃକ୍ତ ନିର୍ଯ୍ୟାତିତ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ପ୍ରଦାନ କରିବେ । ଉକ୍ତ ଦରଖାସ୍ତ ସହିତ ଏଫ. ଆଇ. ଆର (F.I.R)ର ନକଲ, ବ୍ୟାଙ୍କ ପାସବୁକର ପ୍ରଥମ ପୃଷ୍ଠାର ନକଲ (ଆକାଉଣ୍ଟ ନମ୍ବର ଓ ଆଇ.ଏଫ.ଏସ.ସି ସହିତ) ଓ ଆଧାରକାର୍ଡର ନକଲ ସଂଯୋଗ କରିବେ । ଆଧାରକ।ର୍ଡ ନଥିଲେ ଭୋଟର ପରିଚୟପତ୍ରର ନକଲ ଦିଆଯାଇପାରେ ।

ସବର୍ଣ୍ଣ ଓ ଅସବର୍ଣ୍ଣ ବିବାହ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ :-

ଉକ୍ତ ଯୋଜନାରେ ହିନ୍ଦୁଧର୍ମ ଅନ୍ତର୍ଗତ ସବର୍ଣ୍ଣ ଓ ଅସବର୍ଣ୍ଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ହେଲେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନର ବ୍ୟବସ୍ଥା ଅଛି । ଉକ୍ତ ଆର୍ଥିକ ପ୍ରୋତ୍ସାହନ ପାଇବା ନିମନ୍ତେ ସମ୍ପୃକ୍ତ ଦମ୍ପତି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦରଖାସ୍ତ ପ୍ରଦାନ କରିବେ । ଉକ୍ତ ଦରଖାସ୍ତ ସହିତ ବିବାହ ପଞ୍ଜୀକରଣ ପ୍ରମାଣପତ୍ରର ନକଲ , ଜାତି ପ୍ରମାଣପତ୍ରର ନକଲ, ବୟସ ପ୍ରମାଣପତ୍ରର ନକଲ, ପରିଚୟ ପ୍ରମାଣପତ୍ରର ନକଲ, ବାସସ୍ଥାନ ପ୍ରମାଣପତ୍ରର ନକଲ ଓ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟର ନକଲ (ପ୍ରଥମ ପୃଷ୍ଠା – ଆକାଉଣ୍ଟ ନମ୍ବର ଓ ଆଇ.ଏଫ.ଏସସି. ସହିତ) ସଂଲଗ୍ନ କରିବେ ।

ଅନୁସୂଚିତ ଜାତି / ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ / ସ।ମାଜିକ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀ ଛ।ତ୍ରଛାତ୍ରୀଙ୍କୁ ପ୍ରାକମ୍ୟାଟ୍ରିକ ଓ ମ୍ୟାଟ୍ରିକ ପରବର୍ତୀ ଛାତ୍ରବୃତି ପ୍ରଦାନ:-

ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ଵୀକୃତିପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି / ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ / ସାମାଜିକ ଏବଂ ଆର୍ଥିକ ଅନ୍ନଗ୍ରସର ଶ୍ରେଣୀ ଛାତ୍ରଛାତ୍ରୀ ଦଶମାସ ନିମନ୍ତେ ପ୍ରାକମ୍ୟାଟ୍ରିକ ଓ ମ୍ୟାଟ୍ରିକ ପରବର୍ତୀ ଛାତ୍ରବୃତି ପାଇପାରିବେ । ମ୍ୟାଟ୍ରିକ ପରବର୍ତୀ ଛାତ୍ରବୃତି ପାଇବା ନିମନ୍ତେ ସମ୍ପୃକ୍ତ ଛାତ୍ର/ ଛାତ୍ରୀଙ୍କୁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରେରଣା ପୋର୍ଟାଲ ମାଧ୍ୟମରେ ଅନଲାଇନ ଦରଖାସ୍ତ ଆବେଦନ କରିବା ପାଇଁ ପଡିବ । ଏଥି ନିମନ୍ତେ ସେମାନେ ୱେବସାଇଟ www.stscodisha.gov.in ରେ ଲଗ ଇନ କରିବାପାଇଁ ପଡିବ । ଉକ୍ତ ସାଇଟରେ ଯୋଗ୍ୟତା ନିଯମାବଳୀ, ଆବଶ୍ୟକ ପ୍ରମାଣପତ୍ର, ଶିକ୍ଷାକୋର୍ସ ସମ୍ବଧୀୟ ବିବରଣୀ ଉପଲବ୍ଧ ଅଛି । ପ୍ରାକମ୍ୟାଟ୍ରିକ ଛାତ୍ରବୃତି ପାଇବା ନିମନ୍ତେ ସମ୍ପୃକ୍ତ ଛାତ୍ର / ଛାତ୍ରୀଙ୍କୁ ଅଫ ଲାଇନ ଦରଖାସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ଦାଖଲ କରିବାକୁ ପଡିବ ।ଉକ୍ତ ଦରଖାସ୍ତ ଫର୍ମ ସରକାରଙ୍କ ଦ୍ଵାରା ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ।ଉକ୍ତ ଆବେଦନ ଫର୍ମ ପ୍ରଧାନ ଶିକ୍ଷକଙ୍କ ନିକଟରେ ଉପଲବ୍ଧ ହେବ ।

ଆୟପ୍ରଦାନକାରୀ ଯୋଜନ। ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନ:-

ସର୍ବନିମ୍ନ ସାତଜଣ ବିପିଏଲ ସଭ୍ୟ/ ସଭ୍ୟା ଥିବା ଅନୁସୂଚିତ ଜାତି ସ୍ଵୟଂସହାୟକ ଗୋଷ୍ଠୀ ମାନଙ୍କୁ ଆୟପ୍ରଦାନକାରୀ ଯୋଜନା ନିମନ୍ତେ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ କରାଯାଉଛି । ଉକ୍ତ ଋଣରେ ବ୍ୟବସ୍ଥା ଅନୁସାରେ ସରକାରୀ ରିହାତିର ସୁବିଧା ଅଛି । ମୋଟ ପ୍ରକଳ୍ପ ମୂଲ୍ୟର ଶତକଡା ୫୦ ବ। ବିପିଏଲ ସଭ୍ୟ/ ସଭ୍ୟ। ପିଛା ଟ.୧୦,୦୦୦ଙ୍କ। (ଟ.୧,୨୫, ୦୦୦ ଙ୍କ। ସୀମା ପର୍ଯ୍ୟନ୍ତ) ହିସାବରେ ଯେଉଁଟି ସର୍ବନିମ୍ନ ସେହି ପ୍ରକାର ସରକାରୀ ରିହାତି ପ୍ରଦାନ କରାଯାଏ । ଡି.ଟି.ଡି.ପି (D.T.D.P) ଯୋଜନା ମ।ଧ୍ୟମରେ ବିପିଏଲ ନମ୍ବର ଥିବା ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଋଣ (ଟ.୧୦,୦୦୦ଙ୍କ। ସରକାରୀ ରିହାତି ସହିତ) ପ୍ରଦାନ କରାଯିବାର ବ୍ୟବସ୍ଥ। ଅଛି ।

ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି ସୁଯୋଗ ଥିବା ଦକ୍ଷତ। ବିକାଶ ତାଲିମ:-

ଅନୁସୂଚିତ ଜାତି/ ଜନଜାତି, ଆର୍ଥିକ ଅନଗ୍ରସର ଓ ସଂଖ୍ୟାଲଘୁ ସଂପ୍ରଦାୟ ଅନ୍ତର୍ଭୁକ୍ତ ଶିକ୍ଷିତ ବେକାର ଯୁବକ/ ଯୁବତୀ ମାନଙ୍କୁ ପଞ୍ଜୀକୃତ ପି.ଆଇ.ଏ (P.I.A) ମାଧ୍ୟମରେ ଉକ୍ତ ତାଲିମର ବ୍ୟବସ୍ଥା ଅଛି । ତାଲିମ ପ୍ରଦାନ ସମୟରେ ସମସ୍ତ ତାଲିମ ଖର୍ଚ୍ଚ ସରକାର ବହନ କରିବେ ।