• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜଗତସିଂହପୁର ଜିଲ୍ଲା ର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ | ଜନସଂଖ୍ୟା ର ମୁଖ୍ୟ ଅଂଶ କୃଷି ଉପରେ ନିର୍ଭରଶୀଳ | ଜିଲ୍ଲା ର ମୂଖ୍ୟ ଉତ୍ପାଦିତ ଫସଲ ଗୁଡିକ ହେଲା :- ଧାନ,ଆଖୁ,ହଳଦୀ,କପା ଓ ଝୋଟ | ପ୍ରକ୍ରିୟାକରଣ, ପ୍ରସ୍ତୁତିକରଣ,ମରାମତି ଓ ମାଛ ଶିଳ୍ପ ଜିଲ୍ଲା ର ଅର୍ଥନୈତିକ ବିକାଶ ରେ ପ୍ରମୁଖ ଭୂମିକା ବହନ କରେ | ଜଗତସିଂହପୁର ଶିଳ୍ପ କ୍ଷେତ୍ର ରେ ରାଜ୍ୟ ର ଏକ ଅଗ୍ରଣୀ ଜିଲ୍ଲା | ପାରାଦୀପ ପରି ଏକ ଅତ୍ୟାଧୁନିକ ଗଭୀର ଜଳ ବିଶିଷ୍ଟ ପୋତାଶ୍ରୟ ଏହି ଜିଲ୍ଲା ରେ ସନ ୧୯୬୦ ମସିହା ରେ ନିର୍ମିତ ହେଲା ଏବଂ ବହୁପରିମାଣ ରେ ବୈଦେଶିକ ପୁଞ୍ଜି ର ନିବେଶ ହେତୁ ବର୍ତମାନ ଏହା ଏକ ବହୁମୂଖୀ ବ୍ୟବସାୟ ର କେନ୍ଦ୍ର ବିନ୍ଦୁ ଭାବେ ପରିଣତ ହୋଇଛି | ଜିଲ୍ଲା ର ଏହି ବନ୍ଦର ସହର ଦେଶ ର ଏକ ମୁଖ୍ୟ ପୁଞ୍ଜି ନିବେଶ ସ୍ଥାନ ଭାବେ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ର ଆକର୍ଶଣ ସୃଷ୍ଟି କରିଛି ଯାହା ମଧ୍ୟରେ ୨,୭୪,୧୩୪ କୋଟି ଟଙ୍କା ର ପେଟ୍ରୋ କେମିକ୍ଯାଲ ଓ ୨୮୪ ବ.କିମି ବିଶିଷ୍ଟ ପେଟ୍ରୋ କେମିକ୍ଯାଲ ନିବେଶ ର ଭିତିଭୂମି ସୃଷ୍ଟି କରିଛି| ତା ଭିତରୁ ଆଇ।ଓସି ଏକ ୧୫ ଏମଏମଟିଏ ବିଶିଷ୍ଟ ପେଟ୍ରୋ କେମିକ୍ଯାଲ କମ୍ପ୍ଲେକ୍ସ ନିର୍ମାଣ କରିଛି| ଭାରତୀୟ ରେଲବାଈ ମଧ୍ୟ ଭିତିଭୂମି ପ୍ରତିଷ୍ଠା ନିମନ୍ତେ ୮୨ କି।ମି ବିଶିଷ୍ଟ ପାରାଦୀପ-ହାରିଦାସପୁର ରେଲ ଲାଇନ ବିଛାଇ ବାର କାମ ହାତକୁ ନେଇଚ୍ଛି | ଏହା ସହ ଏନ.ଏଚ – ୫ ର ଉନ୍ନତି କରଣ କାମ ଦୃତ ଗତି ସହ ଚାଳିଛି | ଏକ ନୂତନ ସବୁଜ ବଳୟ ସୃଷ୍ଟି ସହ ଭୁବନେଶ୍ବର ରୁ ପାରାଦୀପ ରାସ୍ତା ନିର୍ମାଣ କାମ ହେବାକୁ ଯାଉଛି|

ନିମ୍ନ ଲିଖିତ ମଧ୍ୟମ ଓ ବୃହତ ଶିଳ୍ପ ଏହି ଜିଲ୍ଲାରେ ପ୍ରତିଷ୍ଠିତ ହୋଇଛି ।

  • ପାରାଦୀପ ଫସ୍ ପେଟ୍ ଲିମିଟେଡ୍ – ସାର ପ୍ରସ୍ତୃତି ଶିଳ୍ପ
  • ପାରାଦୀପ ପ୍ଲାଟିକ୍ ପାର୍କ ଲିମିଟେଡ୍
  • ଇଫ୍ କୋ ସାର କାରଖାନା
  • ଏସ୍ ଆର୍ ଷ୍ଟିଲ୍ ପାଲେଟ୍ ପ୍ଲାଣ୍ଟ
  • ଭାରତୀୟ ତୈଳ ବାଣିଜ୍ୟିକ କେନ୍ଦ୍ର
  • ଭାରତୀୟ ତୈଳ ବିସୋଧନ କେନ୍ଦ୍ର
  • ଭାରତୀୟ ପେଟ୍ରୋଲିୟମ ବାଣିଜ୍ୟିକ କେନ୍ଦ୍ର
  • ଏଚ୍ ପି ସିଏଲ୍ ବାଣିଜ୍ୟିକ କେନ୍ଦ୍ର
  • କାରଗିଲ୍ ପ୍ଲାଣ୍ଟ
  • ବିୟର ପ୍ଲାଣ୍ଟ