• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ବିଭାଗ ସମ୍ପର୍କ ରେ

  1. ବିଭାଗ ନାମ :- ପଞ୍ଚାୟତିରାଜ
  2. ଯୋଗାଯୋଗ ନିମନ୍ତେ ମୁଖ୍ୟ ବ୍ୟକ୍ତି – ଶ୍ରୀ ସରୋଜ କାନ୍ତ ମହାନ୍ତି,ଓ.ଏ.ସ (ଏସ),ପ୍ରକଳ୍ପ ନିର୍ଦେଶକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଜଗତସିଂହପୁର,
  3. ଈ-ମେଲ :- ori-djagatsinghpur@nic[dot]in
  4. କାର୍ଯାଳୟ ମୁଖ୍ୟ:- ପ୍ରକଳ୍ପ ନିର୍ଦେଶକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଜଗତସିଂହପୁର
  5. ସର୍ବସାଧାରଣ ସୂଚନା ଅଧିକାରୀ: ଶ୍ରୀମତୀ ସୁନିତା ସରକାର,ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଜଗତସିଂହପୁର , (ମୋ-୯୪୩୭୯୪୬୩୪୪)
  6. ସହକାରୀ ସୂଚନା ଅଧିକାରୀ :- :-ଶ୍ରୀ ଧ୍ରୁବ ଚରଣ ମଲ୍ଲିକ, ମୁଖ୍ୟ କିରାଣୀ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଜଗତସିଂହପୁର,(ମୋ- ୭୯୭୮୯୩୨୬୩୬)
  7. ହେଲ୍ପଲାଇନ :- ନାହି
  8. ଯୋଗାଇ ଦିଆଯାଉଥିବା ସେବା :- ବିଭିନ୍ନ ଦାରିଦ୍ର ଦୂରୀକରଣ ଯୋଜନା ବ୍ଲକ ଓ ଲାଇନ ଡିପାର୍ଟମେନ୍ଟ ମାଧ୍ଯମ ରେ କ୍ରିୟାନ୍ନୟନ

ଚାଲୁରହିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକର୍ମ ସମ୍ପର୍କରେ :

  1.  ଗ୍ରାମୀଣ ବାସଗୃହ ଯୋଜନା
  2. ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା
  3. ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ
  4. ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଅନୁଦାନ
  5. ଗୋପବନ୍ଧୁ ଗ୍ରାମୀଣ ଯୋଜନା (GGY)
  6. ସିମେଣ୍ଟ କଂକ୍ରିଟ ରାସ୍ତା (ସାଧାରଣ)
  7. ରାଜୀବ ଗାନ୍ଧୀ ପଞ୍ଚାୟତ ସଶକ୍ତି କରଣ

ଯୋଜନା ଓ କାର୍ଯ୍ୟକର୍ମ ସମ୍ପର୍କ ରେ  କିଛି ସୂଚନା

ଗ୍ରାମୀଣ ବାସଗୃହ ଯୋଜନା

ଲକ୍ଷ୍ୟ :-ସମସ୍ତ ବାସଗୃହ ନଥିବା ବା କଚ୍ଚା କିମ୍ବା ଭଙ୍ଗା ଦଦରା ଗୃହରେ ବାସ କରୁଥିବା ସମସ୍ତ ଗ୍ରାମୀଣ ପରିବାରଙ୍କୁ ୨୦୨୨ ମସିହା ସୁଦ୍ଧା ମୌଳିକ ସ୍ୱାଚ୍ଛତା ବ୍ୟବସ୍ଥାଯୁକ୍ତ ପକ୍କା ବାସଗୃହ ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ । ସମସ୍ତଙ୍କୁ ପକ୍କା ବାସଗୃହ ପ୍ରଦାନ ଲକ୍ଷ୍ୟ ନେଇ  ୨୦୨୧-୨୨ ମସିହା ସୁଦ୍ଧା ୨.୯୫ କୋଟି ବାସଗୃହ ନିର୍ମାଣ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଛି, ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୧୬-୧୭ ଠାରୁ ୨୦୧୮-୧୯ ଏହି ତିନି ବର୍ଷରେ ବାସଗୃହହୀନ କିମ୍ବା  କଚ୍ଚା/ଭଙ୍ଗା ଗୃହରେ ରହୁଥିବା ଏକ କୋଟି ପରିବାରଙ୍କ ନିମନ୍ତେ ବାସଗୃହ ପ୍ରଦାନର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ସଂପକ୍ତ ହିତାଧିକାରୀ ମାନେ ସ୍ଥାନୀୟ ଭାବେ ଉପଲବ୍ଧ ନିର୍ମାଣ ସାମଗ୍ରୀ, ଡିଜାଇନ୍ ଏବଂ ପ୍ରଶିକ୍ଷଣ ରାଜମିସ୍ତ୍ରୀଙ୍କ ଦ୍ବାରା ଉନ୍ନତମାନର  ବାସଗୃହ ନିର୍ମାଣ କରିପାରିବେ, ସାଧାରଣ ଘର କୁ ଏକ ପରିପୂର୍ଣ୍ଣ ବାସଗୃହକରେ ପରିଣତ କରିବା ପାଇଁ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ନିମନ୍ତେ ଅନ୍ୟାନ୍ୟ ଯୋଜନାରେ ସାମିଲ କରାଯିବ ।

ବିଜୁପକ୍କାଘର ଯୋଜନା

ଓଡିଶା ସରକାର ଗ୍ରାମାଞ୍ଚଳରେ କଚ୍ଚା ବାସକରୁଥିବା ପରିବାର ମାନଙ୍କ ପାଇଁ ପକ୍କାଘର ଯୋଗାଇ ଦୋବାପାଇଁ ପ୍ରତିଶୁତିବଦ୍ଧ । ଏହି ଯୋଜନାରେ ଗ୍ରାମାଞ୍ଚଳର ସମସ୍ତ କଚ୍ଚା ଘର ଗୁଡିକୁ ପକ୍କାଘରରେ ପରିଣତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ଆଗେଇ ଚାଲିଛି ।

ଧାର୍ଯ୍ୟଲକ୍ଷ୍ୟ ଓ ସଫଳତା
ଯୋଜନାଧାର୍ଯ୍ୟଲକ୍ଷ୍ୟସଫଳତାମନ୍ତବ୍ୟ
୨୦୧୭-୧୮ ପ୍ରଧାନମନ୍ତ୍ରୀ ଆବାସ ଯୋଜନା୨୭୧୫୭୮୭ବଳକା ୧୯୨୮ ବାସଗୃହର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
୨୦୧୭-୧୮ ବିଜୁପକ୍କାଘର ଯୋଜନା୩000୮୧ବଳକା ୨୧୯ ବାସଗୃହର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGA) ଏକ ଭାରତୀୟ ଶ୍ରମ ନିୟମ ଏବଂ ସାମାଜିକ ସୁରକ୍ଷା ପଦକ୍ଷେପ ଏବଂ ଏହାର ଲକ୍ଷ୍ୟହେଲା ଶ୍ରମ ଅଧିକାରକୁ ନିଶ୍ଚିତ ସୁରକ୍ଷା ପ୍ରଦାନ । ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରର ବୟସ୍କ ଲୋକମାନଙ୍କୁ ସ୍ଵେଚ୍ଛାକୃତ ଭାବେ ଅଣକୁଶଳୀ ଶ୍ରମ ମାଧ୍ୟମରେ ପ୍ରତି ଆର୍ଥିକ ବର୍ଷରେ ଅନୂନ୍ୟ ୧00 ଦିନରେ ମଜୁରୀ ଭିତ୍ତିକ କର୍ମ ନିଯୁକ୍ତି ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ । ଏହାଛଡା ଏହି ଯୋଜନାରେ ଦ୍ଵିତୀୟ ଲକ୍ଷ୍ୟ ହେଉଛି । ଦରଖାସ୍ତକାରୀ (ହିତାଧିକାରୀ) ଙ୍କ ବାସଗୃହ ଠାରୁ ୫ କି.ମି ଦୂରତା ମଧ୍ୟରେ ସ୍ଥାୟୀ ସଂପତ୍ତି (ରାସ୍ତା, ନାଳ, ପୋଖରୀ, କୂପ) ଇତ୍ୟାଦି ସୃଷ୍ଟି କରିବା ସହ ସେମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ । ଯଦି ଦରଖାସ୍ତ କରିବାର ୧୫ ଦିନ ମଧ୍ୟରେ ଦରଖାସ୍ତକାରୀଙ୍କୁ କାମ ଯୋଗାଇ ନଦିଆଯାଏ ତେବେ ଦରଖାସ୍ତକାରୀଙ୍କୁ ବେରୋଜଗାରୀ ଭତ୍ତା ପ୍ରଦାନ କରାଯିବ । ଏଣୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGA) ରେ କର୍ମ ନିଯୁକ୍ତି ଏକ ବୈଧ ଅଧିକାର ।

ଧାର୍ଯ୍ୟଲକ୍ଷ୍ୟ ଓ ସଫଳତା
ବର୍ଷଧାର୍ଯ୍ୟଲକ୍ଷ୍ୟସଫଳତାମନ୍ତବ୍ୟ
2017-18788470791511 

ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ

ଆର୍ଥିକ ବର୍ଷ ଗୁଡିକରେ 2015-20 କେତେକ ନିର୍ଦ୍ଦିଷ୍ଟ ବିଷୟ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସମ୍ବନ୍ଧକୁ ସୁପାରିଶ କରିବା ପାଇଁ ମହାମହିମ ରାଷ୍ଟପତିଙ୍କ ଦ୍ବରା ଜାନୁୟାରୀ 2 ତାରିଖ 2013 ମସିହା ଚତୁର୍ଦ୍ଦଶ ଅର୍ଥ କମିଶନ ଗଠନ କରାଯାଇଥିଲା ।ଏହି ଅର୍ଥ କମିଶନ ଗ୍ରାମପଞ୍ଚାୟତ ଓ ମ୍ୟୁନିସିପାଲିଟି ଗୁଡିକୁ ଦୁଇଭାଗରେ ସହାୟକ ଅନୁଦାନ ମଂଜୁର କରିଛି, ଯଥା- (1) ମୌଳିକ ଅନୁଦାନ (Basic Grant)  (2) କାର୍ଯ୍ୟ ସଂପାଦନ ଅନୁଦାନ (Performance Grant) । ଗ୍ରାମପଞ୍ଚାୟତ ଗୁଡିକ ପାଇଁ 90 ଶତାଂଶ ମୌଳିକ ଅନୁଦାନ ଓ 10 ଶତାଂଶ କାର୍ଯ୍ୟ ସଂପାଦନ ଅନୁଦାନ ବ୍ୟବସ୍ଥା ରହିଛି ।

ଧାର୍ଯ୍ୟଲକ୍ଷ୍ୟ ଓ ସଫଳତା
ବର୍ଷଧାର୍ଯ୍ୟଲକ୍ଷ୍ୟ ଓ ସଫଳତାସଫଦିତ କାର୍ଯ୍ୟଚାଲୁରହିଥିବା କାର୍ଯ୍ୟ
2017-18390221381764

ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଅନୁଦାନ

ଧାର୍ଯ୍ୟଲକ୍ଷ୍ୟ ଓ ସଫଳତା
ବର୍ଷହାତକୁ ନିଆଯାଇଥିବା କାର୍ଯ୍ୟସଫଦିତ କାର୍ଯ୍ୟଚାଲୁରହିଥିବା କାର୍ଯ୍ୟ
2017-18892685207

ଗୋପବନ୍ଧୁ ଗ୍ରାମୀଣ ଯୋଜନା

ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି (BRGF) ସହାୟତା ପାଉନଥିବା 11 ଟି ଜିଲ୍ଲାକୁ ଅତିରିକ୍ତ ଉନ୍ନୟନ ମୂଳକ ସହାୟତା ଦେବାପାଇଁ 2006-07 ଆର୍ଥିକ ବର୍ଷରେ ଓଡିଶା ସରକାରଙ୍କ ଦ୍ବାରା  ଗୋପବନ୍ଧୁ ଗ୍ରାମୀଣ ଯୋଜନା (GGY) ଆରମ୍ଭ କରାଯାଇଥିଲା । 2012-13 ମସିହାରେ ବରଗଡ ଜିଲ୍ଲାକୁ BRGF ଯୋଜନାରେ ସାମିଲ କରାଯିବାପରେ ମୋଟ ଜିଲ୍ଲା ସଂଖ୍ୟା 10 କୁ କମି ଆସିଛି । ଏହା ଦ୍ବରା ଗ୍ରାମୀଣ ଯୋଗା ଯୋଗ ବ୍ୟବସ୍ଥା ଓ ଗ୍ରାମୀଣ ଜୀବନର ଗୁଣବତ୍ତାରେ ଆଖିଦୁଶିଆ ପରିବର୍ତ୍ତନ ଘଟୁଛି ।ଏହି ଯୋଜନାରେ ସଂପୃକ୍ତ ଜିଲ୍ଲା ଗୁଡିକରେ ଆବଶ୍ୟକତା ଭିତ୍ତିରେ ପ୍ରତ୍ୟେକ ରାଜସ୍ଵ ଗ୍ରାମକୁ ବିଦ୍ୟୁତ, ସଡକ ଓ ପାଣି ଯୋଗାଇ ଦିଆଯାଉଛି।

ଧାର୍ଯ୍ୟଲକ୍ଷ୍ୟ ଓ ସଫଳତା
ଆର୍ଥିକ ବର୍ଷଧାର୍ଯ୍ୟଲକ୍ଷ୍ୟ (ଜନ ଦିବସରେ)ସଫଳତାମନ୍ତବ୍ୟ
2017-18907644 

ସିମେଣ୍ଟ କଂକ୍ରିଟ ରାସ୍ତା (ସାଧାରଣ)

ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନାୟ ଜଳ ବିଭାଗ ଗ୍ରାମଗୁଡିକରେ ବିଭିନ୍ନ ଯୋଜନା ମାଧ୍ୟମରେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରି ଲୋକଙ୍କ ଜୀବନଧାରଣର ମାନ ଓ ସ୍ଵାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି । ଏହା ଏକ ଜନପ୍ରିୟ ଯୋଜନାରେ ପରିଣତ ହୋଇଛି । ଅତିତରେ ଯଦିଓ ବିଭିନ୍ନ  ଯୋଜନା ମାଧ୍ୟମରେ ସିମେଣ୍ଟ କଂକ୍ରିଟ ରାସ୍ତା ହାତକୁ ନିଆଯାଇଥିଲା, କିନ୍ତୁ ଏହା ସମୁଦାୟ ଗ୍ରାମ ଗୁଡିକରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ଏଥିପାଇଁ ଏକାଧିକ ଗ୍ରାମକୁ ସଂଯୋଗ ନିମନ୍ତେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ପଦକ୍ଷେପ ନିଆଯାଇଛି । ଯାହାଦ୍ବାରା ଏହି ଯୋଜନା ସମସ୍ତ ଗ୍ରାମକୁ ସଂପ୍ରସାରିଣ ହୋଇପାରିବ । ବିଶେଷକରି ତଫସିଲଭୁକ୍ତ ଜାତି ଓ ଉପଜାତି ବାସକରୁଥିବା ଗ୍ରାମ ଗୁଡିକରେ ଏହି ଯୋଜନାକୁ ପ୍ରାଧ୍ୟନ୍ୟ ଦିଆଯାଉଛି ।

ରାଜୀବ ଗାନ୍ଧୀ ପଞ୍ଚାୟତ ସଶକ୍ତି କରଣ

PESA ଅଞ୍ଚଳରେ ଗ୍ରାମସଭା ସଶକ୍ତି କରଣ ଏବଂ ସଠିକ୍ ପରିଚାଳନା ନିମନ୍ତେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧିନରେ ମାର୍ଚ୍ଚ 2013 ପରଠାରୁ RGPSA ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାରେ Schedule V ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ଗ୍ରାମସଭା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଉଛି । ଏହି ଯୋଜନାରେ ପ୍ରତି ଗ୍ରାମସଭା ନିମନ୍ତେ ଜଣେ Mobiliser ବ୍ଲକ/ ଜିଲ୍ଲା ସ୍ତରରେ ଜଣେ Coordinator ରଖାଯିବାର ବ୍ୟବସ୍ଥା ରହିଛି ।PESA ସଂପର୍କିତ issue ଉପରେ ଗ୍ରାମସଭାକୁ ତ୍ବରାନ୍ବିତ କରିବାପାଇଁ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ଆବଶ୍ୟକତା ଭିତ୍ତିରେ NGO ମାନଙ୍କୁ ମଧ୍ୟ ନିୟୋଜିତ କରିପାରିବେ । SIRD ମାଧ୍ୟମରେ ରାଜ୍ୟ ସରକାର ଏହି ସବୁ କାର୍ଯ୍ୟକ୍ରମ ଗୁଡିକର ପରିଚାଳିତ ଓ ନିୟନ୍ତ୍ରଣ କରୁଛନ୍ତି ।

ଧାର୍ଯ୍ୟଲକ୍ଷ୍ୟ ଓ ସଫଳତା
ଆର୍ଥିକ ବର୍ଷଧାର୍ଯ୍ୟଲକ୍ଷ୍ୟସଫଳତାମନ୍ତବ୍ୟ
2017-1802 2 ଟି ପ୍ରକଳ୍ପ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉଛି