• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ମହିଳୋ ଗାଁର ଉପାନ୍ତରେ ଗ୍ରାମୀଣ ପରିବେଶ ମଧ୍ୟରେ ଭଗବାନ ରଘୁନାଥ ଜୀଉ ଓ ଭଗବାନ ଚନ୍ଦ୍ରଶେଖରଙ୍କ ପ୍ରସିଦ୍ଧି ମନ୍ଦିର ରହିଛି । ପ୍ରାୟ 30 ବର୍ଷ ତଳୁ ଏହାକୁ ସ୍ଥାପନା କରାଯାଇଛି । ଗୋଟିଏ ମନ୍ଦିର ପରିସର ମଧ୍ୟରେ ଶ୍ରୀରାମ, ଭଗବାନ ରଘୁନାଥ ଜୀଉଙ୍କ ନାମରେ ଏବଂ ଭଗବାନ ଶିବ, ଚନ୍ଦ୍ରଶେଖରଙ୍କ ନାମରେ ପୂଜା ପାଇବାର ବିରଳ ଦୃଶ୍ୟ ଏଠାରେ ଦେଖିବାକୁ ନିଳେ । ଭଗବାନ ଚନ୍ଦ୍ରଶେଖରଙ୍କ ପୁରୁଣା ମନ୍ଦିର ସମୟର ପ୍ରଭାବରେ ଭାଙ୍ଗିରୁଜି ଯିବାରେ ସେହି ସ୍ଥାନରେ ନୂଆ ମନ୍ଦିର କମ୍ପେ୍ଲକ୍ସ ଗ୍ରାମବାସୀଙ୍କ ଉଦ୍ୟମରେ ତିଆରି ହୋଇଛି । ମନ୍ଦିର କମ୍ପେ୍ଲକ୍ସ ମଧ୍ୟରେ ବିଭିନ୍ନ ଛୋଟ ବଡ଼ ମନ୍ଦିର ନିର୍ମାଣ କରାଯାଇଛି । ଏହି ମନ୍ଦିର ପୀଠ ଏବେ ଜଗତସିଂହପୁର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପରିଣତ ହୋଇଛି । ପର୍ଯ୍ୟଟକମାନେ ରହିବା ପାଇଁ ନିକଟସ୍ଥ ସ୍ଥାନ ଭାବେ ଜିଲ୍ଲାର ମୁଖ୍ୟ କାର୍ଯ୍ୟଳୟ ଜଗତସିଂହପୁରକୁ ବାଛିଥାନ୍ତି । ଜଗତସିଂହପୁରରେ ରହିବା ଲାଗି କେତେକ ହୋଟେଲ ଓ ଲଜ୍ ରହିଛି । ରାଷ୍ଟ୍ରାୟତ ବ୍ୟାଙ୍କ ଭାବେ ଏସ୍. ବି. ଆଇ, ୟୁ.ବି.ଆଇ, ଆକ୍ସିସ, ଏଚ୍.ଡି.ଏଫ୍.ସି ଆଦି ବ୍ୟାଙ୍କ ଜଗତସିଂହପୁର କାର୍ଯ୍ୟ କରିବାସହ ଏଟିଏମ୍ ସୁବିଧା ଯୋଗାଇ ଦେଉଛନ୍ତି । ପର୍ଯ୍ୟଟକମାନେ ନିକଟସ୍ଥ ଡାକ୍ତରଖାନା ଭାବେ ମୁଖ୍ୟାଳୟ ଡାକ୍ତରଖାନରୁ ସ୍ୱାସ୍ଥସେବା ପାଇପାରିବେ ।

ବିମାନ ମାର୍ଗରେ
ଭୁବନେଶ୍ୱର ବିମାନ ବନ୍ଦର

ସଡ଼କ ପଥରେ
ସଡକ ପଥରେ ଚାନ୍ଦପୁରର ଦ୍ୱରତ୍ୱ ଜଗତସିଂହପୁରରୁ 14 କି.ମି ଓ ଭୁବନେଶ୍ୱରରୁ 90 କି.ମି । ଜଗତସିଂହପୁରରୁ ଗନ୍ଦପୁରକୁ ବସ୍ ଯୋଗାଯୋଗ ରହିଛି ଏହାଛଡା ମଧ୍ୟ ଟ୍ରେକର ଓ ଅଟୋରିକ୍ସାରେ ଜଗତସିଂହପୁର ପହଞ୍ଚିପାରିବେ ।

ରେଳଗାଡ଼ିରେ
ଗୋରେଖନାଥ ରେଳଷ୍ଟେସନ

ଚାନ୍ଦପୁର , ଚାନ୍ଦପୁର , ଚାନ୍ଦପୁର