• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଐତିହାସିକ, ଧାର୍ମିକ

ଜଗତସିଂହପୁର ଜିଲ୍ଲାର ଝଙ୍କଡ ଅଞ୍ଚଳ ମା ‘ ଶାରଳା ଠାକୁରଣୀଙ୍କ ପାଇଁ ପରମ ପବିତ୍ର ସ୍ଥଳେ ଭାବେ ଧର୍ମପ୍ରାଣ ଜନତାଙ୍କ ନିକଟରେ ପରିଚିତ। ବହୁ ପୁରାତନ  କାଳରୁ ଝଙ୍କଡ ପୀଠ ଏକ ଶକ୍ତି ସ୍ଥଳ ଭାବେ ଧାର୍ମିକା ଜଗତରେ ଖ୍ୟାତ, ବିଶ୍ବାସ ରହିଛି ଯେ ମା ଦୁର୍ଗା ଓ ମା ସରସ୍ବତୀ ଙ୍କୁ ମିଶ୍ରିତ ରୂପେ ହେଉଛନ୍ତି ମା ଶାରଳା । ଶାରଳା ସଂସ୍କୃତି ହେଉଛି  ହିନ୍ଦୁ ଧର୍ମର ତିନୋଟି ମୋଳିକ ଉପାସନା  ପଦ୍ଧତି ବୈଦିକ ତାନ୍ତ୍ରିକ ଓ ବୈଷ୍ଣବ ମାଟିର ମିଶ୍ରଣ । ଓଡିଶାର 8 ଟି ଶକ୍ତି ପୀଠ ମଧ୍ୟରୁ ଝଙ୍କଡ ପୀଠ ଅନ୍ୟତମ । ଝଙ୍କଡ ପୀଠରେ ମୁଖ୍ୟ ଠାକୁରାଣୀ ମା ଶାରଳା ପଥରରେ ଖାଦିତ ଅଷ୍ଟଭୂଜା ମୂର୍ତ୍ତ। ମା ମନୀଷା ମର୍ଦ୍ଦୀନୀ ରୂପରେ ଡାହାଣ ପାଦକୁ ସିଂଂହ ଉପରେ ସ୍ଥାପନ କରି ସିଂହାସନ ଉପବିଷ୍ଟ । ଅଷ୍ଟମ ଶତାଦ୍ଧୀରେ ଭୌମ୍ନରାଜା ଏହାକୁ ନିର୍ମାଣ କରାଇଥିଲେ । ଏହି ସ୍ଥାନ ମଧ୍ୟ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ ଯମଦାରିଙ୍କ ପୁତ୍ର ତଥା ଭଗବାନ ପର୍ଶୁରାମଙ୍କ ସହ କନିଷ୍ଠ ଭାବେ ସଂଶିଷ୍ଠ । ଝଙ୍କଡ ପୀଠର ମଧ୍ୟ ଐତିହାସିକ ଗୁରୁତ୍ବ ରହିଚ୍ଛି , କାରଣ ପର୍ଶୁରାମ ପନ୍ଥୀ ପୁରାଣର ଏବଂ ସେ ମା ଶାରଳାଙ୍କ ମୂର୍ତ୍ତିକୁ ନିଜ ଅନ୍ତର ଶହରେ ଉତକୀର୍ଣ୍ଣ କରାଇଥିଲେ । ବୁଦ୍ଧମତା ଓ ଶକ୍ତି ପାଇଁ ପର୍ଶୁରାମ  ମା ଶାରଳାଙ୍କ ପୂଜାର୍ଚନା କରିଥିଲେ ବୋଲି ବିଶ୍ବାସ ରହିଛି । ଝଙ୍କଡ ପୀଠ ମଧ୍ୟ ଓଡିଶାର ମହାକବି ତଥା ଆଦିକବି ଶାରଳା ଦାସ ଙ୍କ ଜନ୍ମସ୍ଥାନ ଭାବେ ପ୍ରସିଦ୍ଧ । ଆଦିକବି ସାଲଳା ଦାସ ଙ୍କ ସମୟ ପଞ୍ଚଦଶ ଶତାଦ୍ଦୀରେ ଝଙ୍କଡ ପୀଠରେ  ପଯ୍ୟଟକଙ୍କ ରହିବା ପାଇଁ ବ୍ବାବସ୍ଥା ଅଛି । କଲକପୁର ଗାଁ ରେ କୁବେରପୁତ୍ର ଧର୍ମଶାଳାରେ ପର୍ଯ୍ୟଟକ ରହିବା ପାଇଁ ପ୍ରକୋଷ୍ଠ ବୁକିଂ କରିପାରିବେ ।  ଏହି ଧର୍ମଶାଳା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପରିଚାଳନା କରାଯାଇଛି । ଉତ୍ତ ଆବାସ ସ୍ଥାନ ପାଇଁ ପର୍ଯ୍ୟଟକ ଜଗତସିଂହପୁର ବା ପାରାଦ୍ବୀପ କୁ ବାଛି ପାରିବେ ଯେଉଁଠି ଭଲ ହୋଟେଲ ଓ ଲଜ ରହିଛି । ଝଙ୍କଡ ନିଟକରେ ମଣିଜଙ୍ଗାଠାରେ ଏସ ବି ଆଇ ଓ ୟୁ ବି ଆଇ ବ୍ୟାଙ୍କ ରହିଛି । ମନ୍ଦିରଠାରୁ 10 କିମି ଦୂରରେ ରାହାମାଠାରେ ଏଟିଏମ ସୁବିଧା ରହିଛି । ମନ୍ଦିର ନିକଟରେ ଚିକିତ୍ସା ସୁବିଧା ମଣିଜଙ୍ଗାରେ ରହିଛି । ଏଠାରେ ପ୍ରାଥମିକ ଚିକିତ୍ସାକେନ୍ଦ୍ର ଓ କେତେକ ନର୍ସିଂହୋମ ରହିଛି ।

ବିମାନ ମାର୍ଗରେ
ଭୁବନେଶ୍ବର

ସଡ଼କ ପଥରେ
ପର୍ଯ୍ୟଟକମାନେ ସଡକ ମାର୍ଗରେ ଶାରଳା ମନ୍ଦିରରେ ପହଞ୍ଚିପାରିବେ । ଏଥିପାଇଁ ପର୍ଯ୍ୟଟକ କଟକ-ପାରାଦ୍ବୀପ ରାସ୍ତାରେ ଆସି ଶାରଳା ରୋଡରେ ଓହ୍ଲାଇବା ପରେ ମନ୍ଦିରକୁ ସହଜରେ ଆସି ପାରିବେ । ଶାରଳା ରୋଡଠାରୁ ମନ୍ଦିର ଦୂରତା 5 କି ମି । ଶାରଳା ରୋଡଠାରୁ ମନ୍ଦିର ପର୍ଯ୍ୟନ୍ତ ଟ୍ରେକର ଅଟୋ ରିକ୍ସା ଚାଲୁଛି । ଜଗତସିଂହପ

ରେଳଗାଡ଼ିରେ
୦୨ କି.ମି ଝଙ୍କଡ ଶାରଳା ରୋଡ