• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ, ପ୍ରାକୃତିକ ସୌନ୍ଦର୍ଯ୍ୟ

ଜଗତସିଂହପୁର ଜିଲ୍ଲାରେ ପର୍ଯ୍ୟଟଙ୍କ ଆଉ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଷଣ୍ଢକୁଦ । ଏଠାର ଏକ ପ୍ରକାର ଝାଉଁ ଗଛର ଜଙ୍ଗଲ ପର୍ଯ୍ୟଟକ ମନକୁ ବିମୋହିତ କରୁଥିବାବେଳେ ଝିଲମିଲ ହେଉଥିବା ସ୍ୱର୍ଣ୍ଣିମ ବେଳାଭୂମି ପ୍ରାକୃତିକ ନାଳ ଓ ଛୋଟ ଛୋଟ ଦ୍ୱୀପର ସୌନ୍ଦର୍ଯ୍ୟ ପର୍ଯ୍ୟଟକକୁ ମୁଗଧ କରିଥାଏ । ପ୍ରକୃତିର ଜୈବିକ ମୂଲ୍ୟ କ’ଣ ତାହାକୁ ଜଣେ ପର୍ଯ୍ୟଟକ ଏହି ସ୍ଥାନକୁ ଆସିବ ପରେ ଉପଲବ୍ଧ କରିପାରିବେ । ପାରାଦ୍ୱୀପରେ ପର୍ଯ୍ୟଟକଙ୍କ ରହିବା ଲାଗି ପର୍ଯ୍ୟାପ୍ତ ହୋଟେଲର ସୁବିଧା ରହିଛି । ପାରଦ୍ୱୀପକୁ ଲାଗି ଷଣ୍ଢକୁନ୍ଦ ଥିବାରୁ ପର୍ଯ୍ୟଟକ ପାରାଦ୍ୱୀପରେ ହିଁ ଅବସ୍ଥାନ କରିଥାନ୍ତି । ହୋଟେଲ ଏମ୍ପାୟସ, ହୋଟେଲ ଗୋଲଡେନ୍ ଆଙ୍କର, ହୋଟେଲ ପାରାଦ୍ୱୀପ ଇନ୍, ହୋଟେଲ ପାରାଦ୍ୱୀପ ଇଣ୍ଟରନ୍ୟାସନାଲ, ହୋଟେଲ ଆଲଷ୍ଟୋ୍କ୍ରାଟ, ହୋଟେଲ ସିପର୍ଲ, ହୋଟେଲ ଶ୍ରୀ ରେସ୍ ଜେନ୍ ସୀ, ହୋଟେଲ ସନ୍ତୋଷପ୍ଲାଜା, ଭଳି ହୋଟେଲ ପର୍ଯ୍ୟଟକଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଉଛନ୍ତି । ସେହିପରି ପାନ୍ଥନିବାସ ପାରାଦ୍ୱୀପ ମଧ୍ୟ ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ପୂରଣ କରିବା ଦିଗରେ କାର୍ଯ୍ୟକରୁଛି । ପାରାଦ୍ୱୀପ ଠାରେ ଏସ୍ ବି ଆଇ ବ୍ୟାଙ୍କ, ଏହାର ଏଟିଏମ୍ କାର୍ଯ୍ୟ କରୁଛି । ପାରାଦ୍ୱୀପଠାରେ ମ୍ୟୁନିସପାଲିଟି ଡାକ୍ତରଖାନା, ଇ ଏସ୍ ଆଇ ଡାକ୍ତରଖାନା ଓ ବିଲୁ ମେମୋରିଆଲ ହସ୍ ପିଟାଲ, ଆଠରବାଙ୍କି ଠାରେ ଡାକ୍ତରୀ ସୁବିଧା ପ୍ରଦାନ କରୁଛନ୍ତି ।

ବିମାନ ମାର୍ଗରେ
ଭୁବନେଶ୍ୱର ବିମାନ ବନ୍ଦର

ସଡ଼କ ପଥରେ
ଷଣ୍ଢକୁଦର ଦୂରତ୍ୱ କଟକଠାରୁ ୯୬ କି.ମି ଓ ଜଗତସିଂହପୁରଠାରୁ ୬୩ କି.ମି ଉଭୟ କଟକ ଓ ଜଗତସିଂହପୁରଠାରୁ ଷଣ୍ଢକୁଦକୁ ବସ୍ ସେବା ରହିଛି । ଷଣ୍ଢକୁଦକୁ ପହଞ୍ଚିବା ଲାଗି କଟକ ଓ ଜଗତସିଂହପୁରଠାରୁ ଟ୍ରେକର ଓ ଅଟୋ ରିକ୍ସାର ସୁବିଧା ରହିଛି

ରେଳଗାଡ଼ିରେ
ପାରାଦ୍ୱୀପ ରେଳଷ୍ଟେସନ