• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : Others

ଜଗତସିଂହପୁର ଜିଲ୍ଲା ରାଜ୍ୟର କ୍ଷୁଦ୍ରତମ ଜିଲ୍ଲା .ସଂସ୍କୃତି ଓ ଐତିହ୍ୟ ଲାଗି ଜଗସିଂହପୁରର ସ୍ୱତନ୍ତ୍ର ପରିଚୟ ରହିଛି । ରାଜ୍ୟର ସାମାଜିକ-ଆର୍ଥିକ ବିକାଶ ଲାଗି ଜଗତସିଂହପୁରର ଅବଦାନ ବିଶେଷ ଭାବେ ରହିଛି । ପାରମ୍ପରିକ ଭାବେ ଜଗତସିଂହପୁର ହରିହରପୁର ଭାବେ ଖ୍ୟାତ ଥିଲା ଏବଂ ବହୁ ଶତାବ୍ଦୀଧରି ଜଗତସିଂହପୁର ସାମୁଦ୍ରିକ ବ୍ୟବସାୟର କେନ୍ଦ୍ରସ୍ଥଳି ଭାବେ ରହିଆସିଥିଲା । ସ୍ୱାଧୀନତା ସଂଗ୍ରାମ ସମୟରେ ଜଗତସିଂହପୁରର ସାମାଜିକ- ଆର୍ଥିକ ଗୁରୁତ୍ୱ ସର୍ବୋଚ୍ଚ ଶିଖରରେ ପହଞ୍ଚିଥିଲା । ଓଡିଶାର ‘ସାବରମତୀ’ ଭାବେ ପରିଚିତ ‘ଅଳକା ଆଶ୍ରମ’ ରାଜ୍ୟର ସ୍ୱାଧୀନତା ସଂଗ୍ରାମର ଗଡ଼ ବାବେ ବିବେଚନା କରାଯାଉଥିଲା । ସେହିପରି ଭୂଦାନ ଆନ୍ଦୋଳନ ସମୟରେ ଅଳକା ଆଶ୍ରମର କର୍ମକର୍ତ୍ତାଙ୍କ କାର୍ଯ୍ୟ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିପାରିଥିଲା । ମନ୍ଦିର, ବେଳାଭୂମି, ସ୍ଥପତ୍ୟ ଆଦି ଜଗତସିଂହପୁରକୁ ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ । ଯଦିୋ ଜଗତସିଂହପୁରରେ ପର୍ଯ୍ୟଟକ ସ୍ଥଳ ସଂଖ୍ୟା ସୀମିତ, ତଥାପି ପ୍ରତିଟି ପର୍ଯ୍ୟଟନ ସ୍ଥଳର ସ୍ୱତନ୍ତ୍ରତା ରହିଛି ପ୍ରତିଟି ପର୍ଯ୍ୟଟନ ସ୍ଥଳରେ ଜିଲ୍ଲାର କଳା, ସଂସ୍କୃତି ଓ ଐତିହର ଝଲକ ଫୁଟି ଉଠିଛି । ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବାବେଳେ ପର୍ଯ୍ୟଟକ ଏଠାକାର ଇତିହାସର ଛାୟା, କଳାତ୍ମକ ଚାତୁରୀ ଓ ଆଧୁନିକ ବିକାଶର ସ୍ୱରୂପକୁ ଆନୁଭବ କରି ବିସ୍ମିତ ହୋଇଥାନ୍ତି । ଏଠାରେ ଥିବା ସୋମନାଥ ମନ୍ଦିର ଶିବଲିଙ୍ଗ ପାଇଁ ପ୍ରସିଦ୍ଧ । ଶିବ ଲିଙ୍ଗକୁ ଶ୍ରୀ ମଚୁକୁନ୍ଦ ସ୍ୱାମୀ ସ୍ଥାପନା କରିଥିଲେ । ତେଣୁ ମୁଚୁକୁନ୍ଦ ସୋମନାଥ ଭାବେ ଏହା ଖ୍ୟାତ । ଜଗତସିଂହପୁରରେ ପର୍ଯ୍ୟଟକଙ୍କ ରହିବା ଲାଗି କିଛି ହୋଟେଲ ଓ ଲଜ୍ ରହିଛି । ରାଷ୍ଟ୍ରୟାତ ବ୍ୟାଙ୍କ ବାବେ ଏସ୍ ବି ଆଇ, ୟୁ ବି ଆଇ ଆଦି ଏଠାରେ କାର୍ଯ୍ୟ କରୁଛନ୍ତି ଏବଂ ଏଟିଏମ୍ ସୁବିଧା ଯୋଗାଇ ଦେଉଛନ୍ତି । ଏହାଛଡା ଆଇ.ସି.ଆଇ.ସି.ଆଇ, ଆକ୍ସିସ୍, ଏଚ୍.ଡି.ଏଫ୍.ସି ଭଳି ଘରୋଇ ବ୍ୟାଙ୍କ ଗୁଡିକ ମଧ୍ୟ ଜଗତସିଂହପୁରରେ ସେବା ଯୋଗାଇ ଦେଉଛନ୍ତି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରୁ ପର୍ଯ୍ୟଟକ ସ୍ୱାସ୍ଥ୍ୟଗତ ସୁବିଧା ପାଇପାରିବେ ।

ବିମାନ ମାର୍ଗରେ
ଭୁବନେଶ୍ୱର ବିମାନ ବନ୍ଦର

ସଡ଼କ ପଥରେ
ସଡକ ପଥରେ ଜଗତସିଂହପୁରର ଦ୍ୱରତ୍ୱ କଟକରୁ ୪୫ କି.ମି ଓ ଭୁବନେଶ୍ୱରରୁ ୭୫ କି.ମି । ଉଭୟ କଟକ ଓ ପାରଦ୍ୱୀପରୁ ଜଗତସିଂହପୁର ବସ୍ ଯୋଗାଯୋଗ ରହିଛି । ପର୍ଯ୍ୟଟକ ମଧ୍ୟ ଟ୍ରେକର ଓ ଅଟୋରିକ୍ସାରେ ଜଗତସିଂହପୁର ପହଞ୍ଚିପାରିବେ ।

ରେଳଗାଡ଼ିରେ
ଗୋରେଖନାଥ ରେଳଷ୍ଟେସନ